ବିଜ୍ଞାନ ପ୍ରଭା
ଓଡ଼ିଆ ଭାଷାରେ ପତ୍ରପତ୍ରିକା ପ୍ରକାଶନର ଆରମ୍ଭରୁ ସେଥିରେ ସାଧାରଣ ଲୋକଙ୍କ ପାଇଁ କିଛି କିଛି ବିଜ୍ଞାନ ଲେଖା ବାହାରୁଥିଲା। ୧୯୬୦ ଦଶକ ଯାଏଁ ଏହି ପ୍ରକ୍ରିୟା ଚାଲୁରହିଥିଲା ଏବଂ ସ୍ୱାଧୀନତାର ପର ସମୟରେ ଡଗର, ସହକାର, ନବଜୀବନ ଆଦି ସାହିତ୍ୟ ପତ୍ରିକା ବିଜ୍ଞାନ ରଚନା ପାଇଁ ସ୍ଥାନ ଦେଉଥିଲେ। ୧୮୮୦ ଦଶକରେ ଏକ ସ୍ୱତନ୍ତ୍ର ବିଜ୍ଞାନ ପତ୍ରିକା – ବିଜ୍ଞାନ ଦର୍ପଣ – କିଛି ବର୍ଷ ପାଇଁ ପ୍ରକାଶ ପାଇଥିଲା। କିନ୍ତୁ ଏହା ପରେ ପ୍ରକାଶିତ ବିଜ୍ଞାନ ପତ୍ରିକା ବେଶି ଦିନ ପାଇଁ ବଞ୍ଚି ପାରି ନ ଥିଲେ।
୧୯୪୦ ଦଶକରେ ଓଡ଼ିଆ ଭାଷାରେ ଜନପ୍ରିୟ ବିଜ୍ଞାନ ରଚନାର ସଂଖ୍ୟା ଓ ପରିସର ବଢ଼ିବାରେ ଲାଗିଲା ଏବଂ ୧୯୪୯ ମସିହାରେ ବିଜ୍ଞାନ ପ୍ରଚାର ସମିତି ଜନ୍ମ ନେବା ପରେ ତାହା ଆହୁରି ଆଗେଇଲା। ତଥାପି କେବଳ ବିଜ୍ଞାନ ବିଷୟକୁ ନେଇ ଦୀର୍ଘଜୀବୀ ପତ୍ରିକାଟିଏ ବାହାରିବା ପାଇଁ ୧୯୭୩ ମସିହା ଯାଏଁ ଅପେକ୍ଷା କରିବାକୁ ପଡ଼ିଲା।
ବିଜ୍ଞାନ ପ୍ରଚାର ସମିତିର ସଦସ୍ୟମାନଙ୍କ ଦ୍ୱରା ସଂପାଦିତ ଲେଖାଗୁଡ଼ିକୁ ନେଇ ‘ବିଜ୍ଞାନ ପ୍ରଭା’ ପତ୍ରିକା ଛାତ୍ରସାଥୀ ଦ୍ୱାରା ପ୍ରକାଶିତ ହେଲା। ଏହି ସହଯୋଗ ୧୯୭୯ ମସିହା ଯାଏଁ ଚାଲିବା ପରେ ବିଜ୍ଞାନ ପ୍ରଭା କେବଳ ଛାତ୍ରସାଥୀ ଦ୍ୱାରା ପରିଚାଳିତ ହେଲା ଏବଂ ଆହୁରି ପ୍ରାୟ ୨୦ ବର୍ଷ ଧରି ପ୍ରକାଶ ପାଇଲା। ଏହି ସମୟରେ ବାହାରୁଥିବା ଆଉ କିଛି ବିଜ୍ଞାନ ପତ୍ରିକା ଥିଲେ – ବିଜ୍ଞାନାଲୋକ, ବିଜ୍ଞାନ ମଧୁପ, ବିଜ୍ଞାନ ତରଙ୍ଗ, ବିଜ୍ଞାନ ଦିଗନ୍ତ ଓ ଅନ୍ୟ କିଛି ପତ୍ରିକା।
ବିଜ୍ଞାନ ପ୍ରଭା ସୂଚୀ
ତଳ ସାରଣୀରେ ବିଜ୍ଞାନ ପ୍ରଭା ପତ୍ରିକାର ମିଳିଥିବା ସଂଖ୍ୟାଗୁଡ଼ିକ ଡାଉନ୍ଲୋଡ୍ କରିବା ପାଇଁ ଲିଙ୍କ ରହିଛି। ‘Download’ ଉପରେ ମାଉସ୍ କ୍ଲିକ୍ କରି ଫାଇଲ୍ଗୁଡ଼ିକୁ ନିଜ କମ୍ପ୍ୟୁଟରରେ ରଖିହେବ।
v.01 (1973) Download |
v.02 (1974) Download |
v.03 (1975) Download |
v.04 (1976) Download |
|
v.08 (1980) Download |
v.09 (1981) Download |
v.12 (1984) Download |
v.13 (1985) Download |
|
v.14 (1986) Download |
v.16 (1988) Download |
v.17 (1989) Download |
v.18 (1990) Download |
|
v.19 (1991) Download |
v.20 (1992) Download |
v.22 (1994) Download |
v.23 (1995) Download |
|
v.24 (1996) Download |
v.25 (1997) Download |
v.26 (1998-99) Download |
– – |