ରେଫରେନ୍‌ସ୍

ଓଡ଼ିଶା ଓ ଓଡ଼ିଆ ଜୀବନ ବିଷୟରେ ଜାଣିବାରେ ଆଗ୍ରହୀ ବ୍ୟକ୍ତିଙ୍କ ପାଇଁ କିଛି ସାଧନ – ବହି, ପ୍ରବନ୍ଧ, ବହିର ଅଂଶ – ଏଠାରେ ଦିଆଯାଇଛି। ସାଧାରଣ ପରିଚିତି ଆଣିବାରେ ଏଗୁଡ଼ିକ ସହାୟକ ହେବ। ଅଧିକ ଜାଣିବା ପାଇଁ ଚାହୁଁଥିବା ବିଷୟରେ ବିଭିନ୍ନ ବହି ପାଧାଗାରର ବହି ବିଭାଗରୁ ଖୋଜିବାକୁ ହେବ।
ଏହି ସାଧନଗୁଡ଼ିକ କେତୋଟି ମୁଖ୍ୟ ବିଭାଗରେ ରଖାଯାଇଛି – ତଳେ ଦିଆଯାଇଥିବା ତାଲିକା ଅନୁସାରେ ସେଗୁଡ଼ିକୁ ଦେଖିହେବ। ପ୍ରତି ବିଭାଗର ବିସ୍ତୃତ ସୂଚୀ ଡାହାଣପଟରେ ଦିଆଯାଇଛି। ସେଥିରେ କୌଣସି ଶୀର୍ଷକ ଉପରେ ମାଉସ୍ କ୍ଲିକ୍ କଲେ ତାହା ଖୋଲିବ ବା ଡାଉନ୍‌ଲୋଡ୍ ହେବ। ଛୋଟ ବହି ଓ ରଚନା ବ୍ରାଉଜରର ନୂଆ ଟ୍ୟାବ୍‌ରେ ଖୋଲିବ – ଦରକାର ହେଲେ ସେଠାରୁ ସଂଗ୍ରହ କରିହେବ। ବଡ଼ ବହିଗୁଡ଼ିକ ପାଇଁ ଡାଉନ୍‌ଲୋଡ୍ ଆରମ୍ଭ ହେବ।

 

ପରିକ୍ରମା
ଭାଷା-ସାହିତ୍ୟ
ଜ୍ଞାନକୋଷ
ଗ୍ରନ୍ଥସୂଚୀ
ଇତିହାସ-ସଂସ୍କୃତି
କଳା-ଭାସ୍କର୍ଯ୍ୟ
ଚରିତ ପଞ୍ଜିକା
ପ୍ରକୃତି

 

ଜ୍ଞାନକୋଷ
ଓଡ଼ିଆ ଭାଷାରେ ବିଭିନ୍ନ ତଥ୍ୟସମ୍ବଳିତ ବହି ପ୍ରକାଶ କରିବାର ଚେଷ୍ଟା ବିଂଶ ଶତାବ୍ଦୀର ଆରମ୍ଭରୁ ହୋଇ ଆସିଛି। ଏହି ଶ୍ରେଣୀର ପ୍ରକାଶନଗୁଡ଼ିକ ‘ବିବିଧ ସଂଗ୍ରହ’ ଭଳି ନାମରେ ପରିଚିତ ଥିଲେ। ଏଠାରେ ଦିଆଯାଇଥିବା ‘ରତ୍ନକୋଷ’ ଏହି ଶ୍ରେଣୀର ଗୋଟିଏ ବିଶିଷ୍ଟ ଉଦାହରଣ। ସେହି ସମୟରେ (୧୯୩୦ ଦଶକରେ) ପ୍ରକାଶିତ ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ (ବିଶେଷ ବିଭାଗରେ ରହିଛି) କିଛି ମାତ୍ରାରେ ଗୋଟିଏ ଜ୍ଞାନକୋଷର କାମ କରୁଥିଲା। ଓଡ଼ିଆରେ ପ୍ରଥମ ପୂର୍ଣ୍ଣାଙ୍ଗ ଜ୍ଞାନକୋଷ ପ୍ରଣୟନର ଉଦ୍ୟମ ଥିଲା ବାଳକୃଷ୍ଣ କରଙ୍କ ଦ୍ୱାରା ସଂକଳିତ ‘ଶିଶୁ ସଙ୍ଖାଳି’। ଏହାର ପ୍ରଥମ ଦୁଇଖଣ୍ଡ – ବିଚିତ୍ର ଜୀବଜଗତ (୧୯୪୧), ବିଚିତ୍ର ଇତିହାସ (୧୯୪୩) – ବାହାରିବା ପରେ ତାହା ଦ୍ୱିତୀୟ ବିଶ୍ୱଯୁଦ୍ଧର ଶିକାର ହେଲା। ୧୯୫୭ ମସିହାରେ ଏହାର ବିଜ୍ଞାନ ବିଷୟଗୁଡ଼ିକ ପ୍ରଥମେ ପ୍ରକାଶ କରିବାର ଲକ୍ଷ୍ୟ ନେଇ ‘ବିଚିତ୍ର ବିଶ୍ୱ’ ବାହାରିଲା। କିନ୍ତୁ ଉଦ୍ୟମଟି ଆଉ ଆଗେଇ ପାରିଲାନାହିଁ। ଏହି ତିନିଖଣ୍ଡ ବିଷୟଭିତ୍ତିକ ସଚିତ୍ର ଜ୍ଞାନକୋଷ ଭାଷା ଓ ଉପସ୍ଥାପନା ଦୃଷ୍ଟିରୁ ଖୁବ୍ ମନଛୁଆଁ।

୧୯୫୦ ଦଶକରେ ଓଡ଼ିଆ ଜ୍ଞାନକୋଷ ପ୍ରକାଶନ ପାଇଁ ଦୁଇଟି ନୂଆ ଉଦ୍ୟମ ଚାଲିଲା। ଗୋଟିଏ ଉତ୍କଳ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ, ଅନ୍ୟଟି ବିନୋଦ କାନୁନ୍‌ଗୋଙ୍କର ବ୍ୟକ୍ତିଗତ ପ୍ରଚେଷ୍ଟାରେ। ପ୍ରଥମ ଉଦ୍ୟମ ଫଳ ଭାବରେ ୪ଖଣ୍ଡରେ ସଂକ୍ଷିପ୍ତ ଜ୍ଞାନକୋଷ ସେଟ୍ ପ୍ରକାଶିତ ହେଲା। ପ୍ରାୟ ୪୦ ବର୍ଷ ଭିତରେ ‘ଜ୍ଞାନମଣ୍ଡଳ’ର ୪୦ ଖଣ୍ଡ ବାହାରିଲା ଓ ଅସମ୍ପୂର୍ଣ୍ଣ ରୂପରେ ତାହା ଏବେ ବିବାଦ ଘେରରେ ରହିଛି। ସେଥିଯୋଗୁଁ ନମୁନା ଭାବରେ ଏଠାରେ କିଛି ଅଂଶ ମାତ୍ର ଦିଆଯାଇଛି।

ଏସବୁ ସହିତ ଆଉ କିଛି ଉଦ୍ୟମର ଫଳାଫଳର ନମୁନା ଏଠାରେ ଦିଆଯାଇଛି।

ରତ୍ନକୋଷ ବା ବିବିଧ ସାରସଂଗ୍ରହ (ଭାଗିରଥୀ ମହାପାତ୍ର, ୧୯୩୫) ଅଂଶ-୧  Preview  Download
ରତ୍ନକୋଷ ବା ବିବିଧ ସାରସଂଗ୍ରହ (ଭାଗିରଥୀ ମହାପାତ୍ର, ୧୯୩୫) ଅଂଶ-୨  Preview Download
ଜ୍ଞାନମଣ୍ଡଳ, ଭାଗ ୧ (ବିନୋଦ କାନୁନ୍‌ଗୋ, ସଂ., ୧୯୬୦)  Preview Download
ଶିଶୁ ଜ୍ଞାନମଣ୍ଡଳ, ଭାଗ ୧ (ବିନୋଦ କାନୁନ୍‌ଗୋ, ସଂ., ୧୯୮୮) Preview Download
ଶିଶୁ ଜ୍ଞାନମଣ୍ଡଳ, ଭାଗ ୨ (ବିନୋଦ କାନୁନ୍‌ଗୋ, ସଂ., ୧୯୮୮) Preview Download
ବିଶ୍ୱ ପରିଚୟ (ରାମକୃଷ୍ଣ ନନ୍ଦ, ସଂ., ୧୯୬୨)  – ଆଂଶିକ  [1.3mb] 34pp.  – –  Open
ଓଡ଼ିଆ ଜ୍ଞାନକୋଷ, ନମୁନା ଖଣ୍ଡ (ଉତ୍କଳ ବିଶ୍ୱବିଦ୍ୟାଳୟ) [1.3mb] 24pp.  – –  Open
ସଂକ୍ଷିପ୍ତ ଓଡ଼ିଆ ଜ୍ଞାନକୋଷ, ଭା ୧ (ଉତ୍କଳ ବିଶ୍ୱବିଦ୍ୟାଳୟ, ୧୯୬୩) Preview Download
ସଂକ୍ଷିପ୍ତ ଓଡ଼ିଆ ଜ୍ଞାନକୋଷ, ଭା ୨ (ଉତ୍କଳ ବିଶ୍ୱବିଦ୍ୟାଳୟ, ୧୯୬୩)  Preview Download
ସଂକ୍ଷିପ୍ତ ଓଡ଼ିଆ ଜ୍ଞାନକୋଷ, ଭା ୩ (ଉତ୍କଳ ବିଶ୍ୱବିଦ୍ୟାଳୟ, ୧୯୬୪) Preview  Download
ସଂକ୍ଷିପ୍ତ ଓଡ଼ିଆ ଜ୍ଞାନକୋଷ, ଭା ୪ (ଉତ୍କଳ ବିଶ୍ୱବିଦ୍ୟାଳୟ, ୧୯୬୫) Preview  Download
ଓଡ଼ିଆ ବିଶ୍ୱକୋଷ ଦର୍ପଣ, ଭାଗ ୧ (ଦୀନବନ୍ଧୁ ବିଶ୍ୱାଳ, କୃପାସିନ୍ଧୁ ବିଶ୍ୱାଳ, ସଂ., ୧୯୮୬) Preview  Download
ଓଡ଼ିଆ ବିଶ୍ୱକୋଷ ଦର୍ପଣ, ଭାଗ ୨ (ଦୀନବନ୍ଧୁ ବିଶ୍ୱାଳ, କୃପାସିନ୍ଧୁ ବିଶ୍ୱାଳ, ସଂ., ୧୯୮୭) Preview  Download
ଓଡ଼ିଆ ବିଶ୍ୱକୋଷ ଦର୍ପଣ, ଭାଗ ୩ (ଦୀନବନ୍ଧୁ ବିଶ୍ୱାଳ, କୃପାସିନ୍ଧୁ ବିଶ୍ୱାଳ, ସଂ., ୧୯୮୮) Preview  Download
ଓଡ଼ିଆ ବିଶ୍ୱକୋଷ ଦର୍ପଣ, ଭାଗ ୪ (ଦୀନବନ୍ଧୁ ବିଶ୍ୱାଳ, କୃପାସିନ୍ଧୁ ବିଶ୍ୱାଳ, ସଂ., ୧୯୮୯) Preview  Download
ଶିଶୁସଙ୍ଖାଳି
ଡାଉନ୍‌ଲୋଡ୍ କରିବା ପାଇଁ କୌଣସି ଅଂଶ ଉପରେ ମାଉସ୍ କ୍ଲିକ୍ କରନ୍ତୁ।
 ବିଚିତ୍ର ଜୀବ-ଜଗତ Preview ଅଂଶ ୧ ଅଂଶ ୨ ଅଂଶ ୩ ଅଂଶ ୪
 ବିଚିତ୍ର ଇତିହାସ Preview ଅଂଶ ୧ ଅଂଶ ୨ ଅଂଶ ୩ ଅଂଶ ୪
 ବିଚିତ୍ର ବିଶ୍ୱ Preview ଅଂଶ ୧ ଅଂଶ ୨ ଅଂଶ ୩ ଅଂଶ ୪
ଚରିତ ପଞ୍ଜିକା
ଡାଉନ୍‌ଲୋଡ୍ କରିବା ପାଇଁ କୌଣସି ଭାଗ ଉପରେ ମାଉସ୍ କ୍ଲିକ୍ କରନ୍ତୁ।
ଓଡ଼ିଆ ଚରିତ କୋଷ (ନଗେନ୍ଦ୍ରନାଥ ମହାନ୍ତି, ୨୦୦୫) Preview ଭାଗ ୧ ଭାଗ ୨
ଭାଗ ୩ ଭାଗ ୪ ପରିପୂରକ ଖଣ୍ଡ
ଚିତ୍ର ଚରିତ (ରତ୍ନାକର ଚଇନି, ସଂ., ୨୦୦୨) Preview Download
ଓଡ଼ିଆ ଲେଖକ ପରିଚୟ, ୧୪୫୦ – ୧୮୫୦ (ଓଡ଼ିଶା ସାହିତ୍ୟ ଏକାଡେମୀ, ୨୦୦୮)  Preview Download
ଓଡ଼ିଆ ଲେଖକ ପରିଚୟ, ୧୮୫୦ ପରବର୍ତ୍ତୀ (ଓଡ଼ିଶା ସାହିତ୍ୟ ଏକାଡେମୀ, ୨୦୦୪)  Preview Download
ଓଡ଼ିଆ ଲେଖକ ପରିଚିତି (ଅଶୋକ ମହାନ୍ତି, ସଂ., ୨୦୦୭) ଅଂଶ ୧  Preview  Download
ଓଡ଼ିଆ ଲେଖକ ପରିଚିତି (ଅଶୋକ ମହାନ୍ତି, ସଂ., ୨୦୦୭) ଅଂଶ ୨  Preview  Download
ଓଡ଼ିଶାର ବିଜ୍ଞାନ ଲେଖକ (ବିଜ୍ଞାନ ପ୍ରଚାର ସମିତି, ୧୯୯୭)  Preview  Download