ଓଡ଼ିଆ ଅଭିଧାନ ସଂଗ୍ରହ
ଭାଷାର ବିକାଶର ପ୍ରତିଫଳକ ଭାବରେ ଏବଂ ଭାଷାର ବ୍ୟବହାରକୁ ବଳିଷ୍ଠ କରିବାରେ ଅଭିଧାନର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ। ଏହି କାରଣରୁ ପୃଥିବୀର ସବୁ ଭାଷାରେ କେତେ ଶହ ବର୍ଷ ଧରି ଅଭିଧାନମାନ ସଂକଳିତ ହେଉଛି। ଓଡ଼ିଆ ଭାଷାରେ ଏଭଳି ପ୍ରଥମ ଉଦ୍ୟମ ଥିଲା ଉପେନ୍ଦ୍ର ଭଞ୍ଜଙ୍କର ଗୀତାଭିଧାନ ଯାହା ୧୭୧୦ ମସିହାରେ ରଚିତ ଓ ୧୮୭୦ ମସିହାରେ ମୁଦ୍ରିତ ହୋଇଥିଲା। ଏହା ଥିଲା ପଦ୍ୟ ଲେଖକମାନଙ୍କୁ ସାହାଯ୍ୟ କରୁଥିବା ଅଭିଧାନ ଯେଉଁଥିରେ ଶେଷ ଅକ୍ଷର ଅନୁସାରେ ଶବ୍ଦଗୁଡ଼ିକୁ ସଜାଇ ରଖାଯାଉଥିଲା। ଆଧୁନିକ ସମୟର ପ୍ରଥମ ଓଡ଼ିଆ ‘ଅଭିଧାନ’ ଥିଲା ୧୮୧୧ ମସିହାରେ ମୁଦ୍ରିତ ମୋହନ ପ୍ରସାଦ ଠାକୁରଙ୍କର ‘ଭୋକାବୁଲାରି’। ଏହା ପ୍ରକୃତରେ ଥିଲା ବିଭିନ୍ନ ବିଷୟରେ ଓଡ଼ିଆ ଶବ୍ଦମାନଙ୍କର ସଂଗ୍ରହ ଏବଂ ସେଗୁଡ଼ିକର ଇଂରାଜୀ ଅର୍ଥ ଓ ଉଚ୍ଚାରଣ। ଅଣଓଡ଼ିଆ ଧର୍ମପ୍ରଚାରକ ଓ ପ୍ରଶାସକମାନଙ୍କୁ ସାହାଯ୍ୟ କରିବା ଏହାର ଲକ୍ଷ୍ୟ ଥିଲା। ୧୮୪୧-୪୩ ମସିହା ଭିତରେ ତିନି ଭାଗରେ ପ୍ରକାଶିତ ଆମୋସ୍ ସଟନ୍ଙ୍କର ଅଭିଧାନ – ଇଂରାଜୀ-ଓଡ଼ିଆ, ଓଡ଼ିଆ-ଓଡ଼ିଆ, ଓଡ଼ିଆ-ଇଂରାଜୀ – ଆଧୁନିକ ଓଡ଼ିଆ ଅଭିଧାନ ସଂକଳନର ମୂଳଦୁଆ ପକାଇଲା।
ଏହାପରେ ଅନେକ ପ୍ରକାରର ଅଭିଧାନ ଓଡ଼ିଆ ସାହିତ୍ୟରେ ସ୍ଥାନ ପାଇଲେ। ସେହି ବିକାଶର ଧାରାରେ ମାଇଲ ଖୁଣ୍ଟ ଭଳି ଦେଖାଦେଲେ ଜଗନ୍ନାଥ ରାଓଙ୍କର ଉତ୍କଳ ଅଭିଧାନ (୧୮୯୧), ଗୋପିନାଥ ନନ୍ଦଶର୍ମାଙ୍କର ଶବ୍ଦତତ୍ତ୍ୱବୋଧ ଅଭିଧାନ (୧୯୧୬), ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ (ଗୋପାଳଚନ୍ଦ୍ର ପ୍ରହରାଜ, ୧୯୩୧-୪୦) ଏବଂ ସଟନ୍ ଅଭିଧାନର ଶତବାର୍ଷିକୀ ସମୟର ପ୍ରମୋଦ ଅଭିଧାନ (ପ୍ରମୋଦଚନ୍ଦ୍ର ଦେବ, ୧୯୪୨)। ଏହା ପରେ ଅନେକ ଓଡ଼ିଆ ଅଭିଧାନ ପ୍ରକାଶିତ ହୋଇଛି, କିନ୍ତୁ ଭାଷା-ସାହିତ୍ୟ-ଜ୍ଞାନବିଜ୍ଞାନର ବିକାଶ ସେସବୁରେ ଉପଯୁକ୍ତ ଭାବରେ ପ୍ରତିଫଳିତ ହୋଇନାହିଁ। ଅବଶ୍ୟ କିଛି ବିଶେଷ ଧରଣର ଅଭିଧାନ ପ୍ରକାଶ ପାଇଛି ଯାହା ନୂତନତାର ସମ୍ଭାବନାକୁ ବଞ୍ଚାଇ ରଖିଛି।
୧୮୧୧ରୁ ୧୯୪୨ ମସିହା ଭିତରେ ପ୍ରକାଶିତ ମୁଖ୍ୟ ଓଡ଼ିଆ ଅଭିଧାନଗୁଡ଼ିକର ଡିଜିଟାଲ ରୂପ ଏଠାରେ ଦିଆଯାଇଛି। ବଡ଼ ଅଭିଧାନଗୁଡ଼ିକ ପାଇଁ ସୂଚୀ ଯୋଡ଼ାଯାଇଛି ଯାହା ସାହାଯ୍ୟରେ ସେଥିରେ ଥିବା ଶବ୍ବଗୁଡ଼ିକୁ ସହଜରେ ଖୋଜିହେବ। ଅଧିକାଂଶ ଫାଇଲ୍ ୧୫ ଏମ୍.ବି.ରୁ କମ୍, କିନ୍ତୁ କେତେଗୁଡ଼ିଏ ବେଶ୍ ବଡ଼। ଲାଲ୍ ରଙ୍ଗରେ ତାହା ସୂଚାଇ ଦିଆଯାଇଛି। ସେଗୁଡ଼ିକୁ ଭାଙ୍ଗିଲେ ସୂଚୀ କାମ କରିବ ନାହିଁ, ତେଣୁ ଏଭଳି ରଖାଯାଇଛି। ସେଗୁଡ଼ିକ ପାଇଁ ଡାତନ୍ଲୋଡ୍ ମ୍ୟାନେଜର ବ୍ୟବହାର କରିବା ସୁବିଧାଜନକ ହେବ। ତଳେ ଦିଆଯାଇଥିବା ସୂଚୀ ସାହାଯ୍ୟରେ ଅଭିଧାନଗୁଡ଼ିକ ଦେଖିହେବ ଓ ଡାଉନ୍ଲୋତ୍ ଉପରେ କ୍ଲିକ୍ କରି ସଂଗ୍ରହ କରିହେବ। ଚିତ୍ର ତଳେ ଥିବା ପ୍ରିଭିଉ ଉପରେ ମାଉସ୍ କ୍ଲିକ୍ କଲେ ବହିର କିଛି ନମୁନା ପୃଷ୍ଠା ଖୋଲିବ।
ଅଭିଧାନ ସଂଗ୍ରହ | |||||
ଓଡ଼ିଆ ଅଭିଧାନ ସୂଚୀ Odia Abhidhana Suchi | ଅଭିଧାନର ଇତିବୃତ୍ତି Abhidhanara Itibrutti | ଗୀତାଭିଧାନ (୧୭୧୦/୧୮୭୦) Gitabhidhan (1710/1870) Open |
ଠାକୁର ଭୋକାବୁଲାରି (୧୯୮୯) Takoor Vocabulary (1811) Preview Download |
ସଟନ୍, ଭାଗ ୧ (୧୮୪୧) Sutton v.1 (1841) Preview Download |
|
ସଟନ୍, ଭାଗ ୨ (୧୮୪୩) Sutton v.2 (1843) Preview Download |
ସଟନ୍, ଭାଗ ୩ (୧୮୪୩) Sutton v.3 (1843) Preview Download |
ମିଲର୍-ମିଶ୍ର (୧୮୬୮) Miller-Mesra (1868) Preview Download |
ମିଲର୍ (୧୮୭୩) Miller (1873) Preview Download |
ବ୍ରୁକ୍ସ୍ (୧୮୭୪) Brooks (1874) Preview Download |
|
ଶବ୍ଦନିଧି (୧୮୮୩) Sabdanidhi (1883) Preview Download |
ଦ୍ୱିଭାଷୀ (୧୮୮୯) Dwibhasi (1889) Preview Download |
ଉତ୍କଳ ଅଭିଧାନ (୧୮୯୧) Utkal Abhidhan (1891) 38mb Preview Download |
ଅପଭ୍ରଂଶବୋଧିନୀ (୧୮୯୨) Apabhramsabodhini (1892) Open |
ମୂଳଶବ୍ଦବୋଧିକା (୧୯୦୧) Mulasabdabodhika (1901) Preview Download |
|
କୋଷାଙ୍କୁର (୧୯୦୭) Koshankura (1907) Open |
ବୈଦ୍ୟକ ଶବ୍ଦକୋଷ (୧୯୦୯) Baidyaka Abhidhan (1909) Preview Download |
ସୁଖବୋଧ ଅଭିଧାନ (୧୯୧୨) Sukhabodha Abhidhan (1912) Preview Download |
ବିପରୀତାର୍ଥବୋଧିନୀ (୧୯୧୩) Biparitarthabodhaka (1913) Open |
ମୂଳଶବ୍ଦବୋଧିକା (୧୯୧୩) Mulasabdabodhika (1913) Open |
|
ମୁଗ୍ଧବୋଧ ଅଭିଧାନ (୧୯୧୫) Mugdhabodha Abhidhan(’15) Preview Download |
ଶୁଦ୍ଧିବୋଧକ (୧୯୧୫) Sudhibodhaka (1915) Open |
ଗ୍ରଣ୍ଡି (୧୯୧୬) Grundy (1916) Preview Download |
ପାଇକ୍-ୱିଲ୍କିନ୍ସ୍ (୧୯୧୬) Pike-Wilkins (1916) 26 mb Preview Download |
ଶବ୍ଦତତ୍ତ୍ୱବୋଧ ଅଭିଧାନ (୧୯୧୬) Sabdatattwabodha Abhidhan (1916) 37mb Preview Download |
|
ଶବ୍ଦମାଳା ଅଭିଧାନ (୧୯୧୮) Sabdamala Abhidhan (1918) Open |
ଉତ୍କଳ ଅଭିଧାନ ୩ୟ ସଂ. (୧୯୩୧) Utkal Abhidhan 3e (1931) 34mb Preview Download |
ସରଳ ଉତ୍କଳ ଅଭିଧାନ (୧୯୩୨) Sarala Utkal Abhidhan (1932) 19 mb Preview Download |
ମିଲର୍ (୧୯୩୭) Miller (1937) Preview Download |
ପ୍ରମୋଦ ଅଭିଧାନ (୧୯୪୨) Pramoda Abhidhan (1942) 131mb Preview Download |
|
୧୯୩୧ରୁ ୧୯୪୦ ମସିହା ଭିତରେ ୭ ଖଣ୍ଡରେ ପ୍ରାୟ ୧୦,୦୦୦ ପୃଷ୍ଠାର ‘ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ’ ଓଡ଼ିଆ ଭାଷାର ଏକ ବିଶିଷ୍ଟ ଗ୍ରନ୍ଥ। ଏହା ରହିଛି ଏହି ୱେବ୍ସ୍ଥଳୀର ‘ବିଶେଷ’ ବିଭାଗରେ ତାହାର ନିଜର ପୃଷ୍ଠାରେ। |