ଓଡ଼ିଆ ଖବରକାଗଜ ସୂଚୀ

ଏହି ୱେବ୍‌ସ୍ଥଳୀରେ ରହିଥିବା ପୁରୁଣା ଓଡ଼ିଆ ଖବରକାଗଜଗୁଡ଼ିକର ତାଲିକା ତଳେ ଦିଆଯାଇଛି। ଉପଯୁକ୍ତ ସ୍ତମ୍ଭର ଶୀର୍ଷକ ପାଖରେ ଥିବା ତୀର ଉପରେ ମାଉସ୍ କ୍ଲିକ୍ କରି ପାଠକ ଏଗୁଡ଼ିକୁ ନାମ ବା ପ୍ରକାଶନ ଆରମ୍ଭ କ୍ରମରେ ସଜାଇ ପାରିବେ। ଗୋଟିଏ ପୃଷ୍ଠାରେ କେତେ ଧାଡ଼ିର ତଥ୍ୟ ଦେଖାଯିବ ତାହା ବାମ ପଟର ‘Show __ entries’ରେ ବାଛିହେବ। ଡାହାଣ ପଟର ‘Search’ ସାହାଯ୍ୟରେ କୌଣସି ପତ୍ରିକା ବା ମସିହା ଖୋଜିହେବ।

ଶେଷ ସ୍ତମ୍ଭରେ ‘ଖୋଲନ୍ତୁ/open’ ଉପରେ କ୍ଲିକ୍ କଲେ କୌଣସି ଖବରକାଗଜର ସ୍ୱତନ୍ତ୍ର ପୃଷ୍ଠା ବା ଫାଇଲ୍ ଖୋଲିବ। ‘ଉତ୍କଳ ଦୀପିକା’ ଭଳି ଅଧିକ ସଂଖ୍ୟା ଥିବା ଖବରକାଗଜ ପାଇଁ ଗୋଟିଏ ଗୋଟିଏ ସ୍ୱତନ୍ତ୍ର ସୂଚୀ ପୃଷ୍ଠା ଦିଆଯାଇଛି। ସେହି ପୃଷ୍ଠାରେ ଦରକାର ଥିବା ଭାଗ ଖୋଜି ବାହାର କରିହେବ ଏବଂ ତାହା ଉପରେ ମାଉସ୍ ବୋତାମ ଦବାଇ ଫାଇଲ୍‌ଟିକୁ ନିଜ କମ୍ପ୍ୟୁଟରରେ ଡାଉନ୍‌ଲୋଡ୍ କରିହେବ।

ଧ୍ୟାନଦେବାକୁ ହେବ ଯେ କେତେଗୁଡ଼ିଏ ଫାଇଲ୍ ବେଶ୍ ବଡ଼, ତେଣୁ ଡାଉନ୍‌ଲୋଡ୍ ପାଇଁ କିଛି ସମୟ ଲାଗିବ। ଡାଉନ୍‌ଲୋଡ୍ କରିବାରେ ସୁବିଧା ପାଇଁ ଫାଇଲ୍‌ଗୁଡ଼ିକୁ ଛୋଟ ଛୋଟ ଖଣ୍ଡରେ ଭାଗ କରାଯାଇଛି ଓ ଫାଇଲ୍‌ର ଆକାର ସୂଚାଇ ଦିଆଯାଇଛି।

ସମ୍ବଲପୁର ହିତୈଷିଣୀ, ଉତ୍କଳ ଦୀପିକା ଆଦି ପୁରୁଣା ଖବରକାଗଜଗୁଡ଼ିକର ମାତ୍ର ଗୋଟିଏ ଗୋଟିଏ ନକଲ ଏବେ ମିଳୁଛି। ଏଗୁଡ଼ିକର ଅବସ୍ଥା ବେଶ୍ ଖରାପ। ତେଣୁ ଏଠାରେ ରହିଥିବା ଡିଜିଟାଲ ପ୍ରତିରୂପ ବ୍ୟବହାର କଲାବେଳେ ସେକଥା ମନରେ ରଖିବାକୁ ଅନୁରୋଧ। ପିଡିଏଫ୍ ଫାଇଲ୍‌କୁ ବଡ଼କରି ଦେଖିଲେ ପଢ଼ିବା ସହଜ ହେବ। ଏଥିପାଇଁ ବଡ଼ ମନିଟର ବିଶେଷ ଭାବରେ ସାହାଯ୍ୟ କରିବ।
ନାମ Title ଆରମ୍ଭ / Started ନମୁନା / Preview ଖୋଲନ୍ତୁ / Open
ଉତ୍କଳ ଦୀପିକା Utkal Dipika ୧୮୫୬ / 1856 – – ସୂଚୀ / Index
ବାଲେଶ୍ୱର ସମ୍ବାଦବାହିକା Baleswara Sambadabahika ୧୮୬୮ / 1868 – – ସୂଚୀ / Index
ଓଡ଼ିଆ ଓ ନବସମ୍ବାଦ Oriā O Nabasambāda ୧୮୮୮ / 1888 – – ସୂଚୀ / Index
ସମ୍ବଲପୁର ହିତୈଷିଣୀ Sambalpur Hiteiṣiṇi ୧୮୮୯ / 1889 – – ସୂଚୀ / Index
ଆଶା Āśā ୧୯୧୪ / 1914 – – ସୂଚୀ / Index
ସେବା Sebā ୧୯୨୧ / 1921 – – ସୂଚୀ / Index
ଦେଶକଥା Deśakathā ୧୯୩୦ / 1930 – – ସୂଚୀ / Index
ନବୀନ Nabīna ୧୯୩୦ / 1930 – – ସୂଚୀ / Index
ସତ୍ୟ ସମାଚାର Satẏa Samācara ୧୯୩୦ / 1930 – – ସୂଚୀ / Index
ଓଡ଼ିଆ Oriā ୧୮୮୭ / 1887 ସୂଚନା-ନମୁନା / Notes-Preview ଫାଇଲ / File (2 mb)
ପୁରୁଷୋତ୍ତମ ପତ୍ରିକା Puruṣottama Patrikā ୧୮୮୨ / 1882 ସୂଚନା-ନମୁନା / Notes-Preview ଫାଇଲ / File (7 mb)
ମଯୂରଭଞ୍ଜ Maẏurbhanja ୧୮୮୦ / 1880 ସୂଚନା-ନମୁନା / Notes-Preview ଫାଇଲ / File (4 mb)
ନବସମ୍ବାଦ Nabasambāda ୧୮୮୭ / 1887 ସୂଚନା-ନମୁନା / Notes-Preview ଫାଇଲ / File (11 mb)
ଉତ୍କଳପୁତ୍ର Utkal̥aputra ୧୮୭୩ / 1873 ସୂଚନା-ନମୁନା / Notes-Preview ଫାଇଲ / File (1 mb)
ଉତ୍କଳ ହିତୈଷିଣୀ
(ଓଡ଼ିଶା ପାଟ୍ରିଅଟ୍)
Utkal̥a Hiteiṣiṇi
(The Patriot, Orissa)
୧୮୭୩ / 1873 ସୂଚନା-ନମୁନା / Notes-Preview ଫାଇଲ / File (8 mb)
ଷ୍ଟାର ଅଫ୍ ଉତ୍କଲ୍ Star of Utkal ୧୯୦୫ / 1905 ସୂଚନା-ନମୁନା / Notes-Preview ଫାଇଲ / File (6 mb)
ସାମ୍ୟ-ବାଦୀ Sāmẏabādi ୧୮୮୮ / 1888 ସୂଚନା-ନମୁନା / Notes-Preview ଫାଇଲ / File (2 mb)
ପ୍ରଜାତନ୍ତ୍ର Prajātantra ୧୯୨୪ / 1924 ସୂଚନା-ନମୁନା / Notes-Preview ଫାଇଲ / File (3 mb)
ହୀରାଖଣ୍ଡ
(ସାପ୍ତାହିକ)
Hirākhanda ୧୯୩୯ / 1939 ସୂଚନା-ନମୁନା / Notes-Preview ଫାଇଲ / File (1 mb)
ଲୋକମତ Lokamata ୧୯୩୯ / 1939 ସୂଚନା-ନମୁନା / Notes-Preview ଫାଇଲ / File (16 mb)
ଉତ୍କଳ ଦର୍ପଣ Utkal̥a Darpaṇa ୧୮୭୫ / 1875 ସୂଚନା-ନମୁନା / Notes-Preview ଫାଇଲ / File (8 mb)